ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମୁଣ୍ଢେନ ପାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗତକାଲି ମହା ସମାରୋହରେ ତ୍ରୟୋଦଶତମ ବାର୍ଷିକ ଉତ୍ସବ ” କିରଣ ” ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ଅନୁଷ୍ଠିତ ସଭାରେ ସଭାପତି ସରୋଜ କୁମାର ନାଥଙ୍କ ପରିଚାଳନା ରେ ରଞ୍ଜନ କୁମାର ନାଥ ଅତିଥି ପରିଚୟ ଓ ସଭାକୁ ନିମନ୍ତ୍ରଣ,, ସଭାପତିଙ୍କ ସ୍ୱାଗତ ଭାଷଣ,ଅତିଥି ମାନଙ୍କ ଦ୍ୱରା ଦୀପ ପ୍ରଜ୍ବଳନ, ଛାତ୍ରୀଙ୍କ ସ୍ୱାଗତ ସଂଗୀତ ଗାନ କରି ସଭାରମ୍ଭ ହୋଇଥିଲା l ଜୁଯୋମୁରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୁଳମଣି ପଧାନ ମୁଖ୍ୟ ଅତିଥି, ଜୟ ଦୁର୍ଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଅକ୍ଷୟ କୁମାର ମହାପାତ୍ର ମୁଖ୍ୟ ବକ୍ତା,ବରିଷ୍ଠ ସାମ୍ବାଦିକ ରାଧାମୋହନ ଷଡ଼ଙ୍ଗୀ ଏବଂ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ବିଦ୍ୟା ଚରିତ୍ରବାନ, ଦେଶପ୍ରେମୀ ଏବଂ ସ୍ୱୟଂ ସମ୍ପୂର୍ଣ୍ଣ ଆଦର୍ଶ ମଣିଷ ହେବାର ଶିକ୍ଷା ସହିତ ଆତ୍ମ ବିଶ୍ୱାସ ବଢ଼ାଇ ଶିକ୍ଷାର୍ଥୀକୁ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମ ବଳ ଦେଇଥାଏ ବୋଲି କହିଥିଲେ l
ଶିକ୍ଷୟିତ୍ରୀ କଲ୍ୟାଣୀ ଷଡ଼ଙ୍ଗୀଙ୍କ ପରିଚାଳନାରେ, ବିଦ୍ୟାଳୟରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା 21 ପ୍ରକାର ଖେଳ ନୃତ୍ୟ ଆଦି ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀଙ୍କୁ ମେଡାଲ ଓ ପ୍ରମାଣ ପତ୍ର ବଣ୍ଟନ କରିଥିଲେ l
ସ୍କୁଲ ପ୍ରଧାନ ଆଚାର୍ଯା ଜ୍ୟୋତିର୍ମୟୀ ବାଗ ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟ ର ଛାତ୍ରଛାତ୍ରୀ ବର୍ଷ ତମାମ କରିଥିବା ବିଭିର୍ଣ୍ଣ ପାରମ୍ପରିକ ତିହାର, ସ୍କୁଲ ବାହାରେ ଅନୁଷ୍ଠିତ ପ୍ରତିଯୋଗିତା ଓ ବିଭିର୍ଣ୍ଣ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କ ବିବରଣୀ ଦେବା ସହିତ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ପଠନ ସାମଗ୍ରୀ ସହ ବିନା ସ୍କୁଲ ଫି ରେ ଅଧୟନର ସୁଯୋଗ ଦିଆଯାଉଥିବା ସୂଚାଇ ଆଗାମୀ ଶିକ୍ଷା ବର୍ଷ ପାଇଁ ଦୁଇଜଣଙ୍କୁ ସ୍କୁଲ ବେଗ ସହ ପଠନ ସାମଗ୍ରୀ ସଭାରେ ପ୍ରଦାନ କରି ଆର୍ଥିକ ଅନଗ୍ରସର ଛାତ୍ର ଛାତ୍ରୀ ଙ୍କୁ ପ୍ରୋତ୍ସାହିତ କରିଥିଲେ l
ସ୍କୁଲର ଜଣେ ଶ୍ରେଷ୍ଠ ଛାତ୍ର ବା ଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ କୁଳମଣି ପଧାନ ଦଶ ହଜାର ଟଙ୍କା ସ୍କୁଲ ପାଣ୍ଠିକୁ ଦାନ କରିବା ଘୋଷଣା କରିଥିଲେ l
ସଭା ପରେ ପରେ ରାହୁଲ, ପ୍ରିୟଙ୍କା, ମନୀଷା ପ୍ରମୁଖ ସ୍କୁଲ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଡେରି ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଗୁରୁଜୀ ଗୁରୁମା ଙ୍କ ସହିତ ଛାତ୍ର ଛାତ୍ରୀ ମାନେ ମଧ୍ୟ ଉଦଘୋଷାକ ଭୂମିକା ଆକର୍ଷଣୀୟ ଢଙ୍ଗରେ ନିଭାଇଥିଲେ l ଚାରି ଶତାଧିକ ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ କରତାଳି ଦେଇ ପ୍ରୋତ୍ସାହିତ କରିଥିଲେ l
